କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣିରେ ଏକ ମକା ବୋଝେଇ ଟ୍ରକ୍ ସପ୍ତାହକ ତଳେ ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଖସି ଦୁଘର୍ଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ସମୟରେ ଟ୍ରକର ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ଘଟଣାଟି ଜଣାପଡ଼ବା ପରେ ପୁଲିସ ଗଳିତ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଟ୍ରକଟି ରାତ୍ରି ସମୟରେ ଘାଟି ତଳକୁ ଖସିପଡ଼ିଥିବାରୁ କେହି ଏହାର ଟେର ପାଇନଥିଲେ।
