ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଲପୁର ଫରେଷ୍ଟ ରେଞ୍ଜ କିଞ୍ଜିରକେଲା ସେକ୍ସନ ଠୁଟିପିପଲ ଗାଁ’ରେ ହାତୀ ଆକ୍ରମଣରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଛତିଶଗଡ଼ ଅଞ୍ଚଳରୁ ୧୫ଟି ହାତୀର ଏକ ପଲ ଆସି ଠୁଟିପିପଲ ଗାଁ’ର ପରିକ୍ଷୀତ ଗହୀରଙ୍କ ଘରକୁ ଭାଙ୍ଗିବା ବେଳେ ସେ ଡରି ଘରଭିତରୁ ଦୌଡି ବାହାରକୁ ବାହାରି ଯାଇଥିଲେ ଏବଂ ହାତୀ ହାବୁଡ଼ରେ ପଡିଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା।

ପରିକ୍ଷୀତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଘଟଣାର ଖବରପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ହାତୀଗୁଡ଼ିକୁ ଘୋଉଡାଇଥିଲେ । ବର୍ତ୍ତମାନ ସେଠାରେ ପୁଲିସ ଏବଂ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।