ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା । ଅବନ୍ତିପୋରାର ପାଡଗାମପୋରା ଅଞ୍ଚଳରେ ଆଜି(ମଙ୍ଗଳବାର) ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୋଲିସ ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ହସ୍ତଗତ ହୋଇଛି ।

କାଶ୍ମୀର ଜୋନ୍‌ ପୋଲିସର ସୂଚନା ମୁତାବକ, ପୁଲଓ୍ବାମା ଜିଲ୍ଲାର ଅବନ୍ତିପୋରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ପୋଲିସ ଏଥିରେ ନିୟୋଜିତ ଅଛନ୍ତି । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।