ସୁରକ୍ଷାବାହିନୀ ଓ ଆତଙ୍କୀ ଗୁଳିବିନିମୟରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅଞ୍ଚଳରେ ଆଜି ଭୋରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହିତ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ମୃତ ଆତଙ୍କବାଦୀ ଜଣଙ୍କ ସୋପିଆନ ଅଞ୍ଚଳର ଉଜେର ଅସରଫ୍ ଦାର ବୋଲି ଜଣାପଡ଼ିଛି। ତା’ନିକଟରୁ ଗୋଟିଏ ପିସ୍ତଲ, ୧ଟି ମାଗାଜିନ୍, ୬ ରାଉଣ୍ଡ ଗୁଳି ଓ ୨ଟି ଗ୍ରେନେଡ ଜବତ ହୋଇଛି।