ନୋ ଗିଲଟି, ନୋ ସେମ୍: ବନ୍ଧୁକଧାରୀ ବିକ୍ରମ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଗତକାଲି ଏକ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ପ୍ରେମ ପାଇଁ ଅଭିଯୁକ୍ତ ବିକ୍ରମ ପଣ୍ଡା ଏଭଳି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି। କିନ୍ତୁ ଏଥିପାଇଁ ସେ ଅନୁତପ୍ତ ନୁହେଁ କି ଲଜ୍ଜିତ ନୁହେଁ ବୋଲି ପ୍ରକାଶ କରିଛି। ଏଥିସହିତ ବିନା ଲାଇସେନ୍ସରେ ବନ୍ଧୁକ ୨ ବର୍ଷ ତଳୁ ରଖିଥିବା ମଧ୍ୟ କହିଛି।

ବିକ୍ରମର କହିବାନୁସାରେ, ପ୍ରେମ କରୁଥିବା ଯୁବତୀର ବାହାଘର ଅନ୍ୟତ୍ର ସ୍ଥିର ହୋଇଥିଲା। ଝିଅ ଘରେ ଚାକିରିଆ ବର ଖୋଜୁଥିଲେ ମୁଁ ବ୍ୟବସାୟ କରୁଥିବାରୁ ରାଜି ହୋଇନଥିଲେ। ଝିଆର ବାପା ପ୍ରେମ ସମ୍ପର୍କକୁ ଟାଇମ ପାସ କହି ମୋ ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଝିଅର ମାମୁ ଘରେ ପଶି ଝିଅକୁ ଡାକି ଟାଇମ ପାସ ନୁହେଁ ବୋଲି ପ୍ରମାଣ ଚାହୁଁଥିଲି।