ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀର ପୁଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି। ପୁଲିସ ଆତଙ୍କବାଦୀ ଠାରୁ ୫ କିଲୋ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜମ୍ମୁ କଶ୍ମୀର ପୁଲିସ ଆତଙ୍କବାଦୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ପୁଲିସର ସୂଚନା ଅନୁସାରେ ନୱାଲ ଅଞ୍ଚଳରୁ ଆତଙ୍କବାଦୀକୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରକୁ ପୁଣି ଅସ୍ଥିର କରିବାକୁ ଉଦ୍ୟମ ଚଳାଇଛନ୍ତି। ଶନିବାର ସେମାନେ ଶ୍ରୀନଗରର ବରବରଶାହ ଅଂଚଳରେ ଏକ ସିଆରପିଏଫ ବଙ୍କର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ।