ଶ୍ରୀନଗର,ଏଜେନ୍ସି: ଶ୍ରୀନଗରରେ ଗତକାଲି ସିଆରପିଏଫ ବଙ୍କରକୁ ଲକ୍ଷ୍ୟ କରି ଆତଙ୍କବାଦୀ ଆକ୍ରମଣ ଘଟଣାର ୨୪ ଘଣ୍ଟା ପୂରି ନଥିବା ବେଳେ ଜମ୍ମୁ ଏୟାରପୋର୍ଟର ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ବିସ୍ଫୋରଣ ସମ୍ପର୍କିତ ସୂଚନା ମିଳିବା ପରେ ଫରେନସିକ ଟିମ୍ ଏବଂ ବିଶେଷଜ୍ଞ ଦଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। କୁହାଯାଉଛି ଯେ, ବିସ୍ଫୋରଣ ରାତି ପ୍ରାୟ ୨ଟାରେ ହୋଇଛି।
ଟେକ୍ନିକାଲ ଅଞ୍ଚଳର ଭିତରକୁ ସଂଦିଗ୍ଧର ବିସ୍ଫୋରଣ ମାଧ୍ୟମରେ ଭୟଭୀତ କରାଯାଇଛି। ସୂଚନା ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ବ୍ୟାପକ ବ୍ୟବସ୍ଥା ପରେ ଆତଙ୍କବାଦୀମାନେ ସକ୍ରିୟ ରହୁଛନ୍ତି। ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରକୁ ପୁଣି ଅସ୍ଥିର କରିବାକୁ ଉଦ୍ୟମ ଚଳାଇଛନ୍ତି। ଶନିବାର ସେମାନେ ଶ୍ରୀନଗରର ବରବରଶାହ ଅଞ୍ଚଳରେ ଏକ ସିଆରପିଏଫ ବଙ୍କର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।