ସେପିଆଁ ଅଞ୍ଚଳରେ ଭାରତୀୟ ସେନାର ମିଳିତ ଅପରେସନ୍‌: ଜଣେ ଆତଙ୍କୀ ନିହତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ କାଶ୍ମୀରର ସୋପିଆଁ ଅଞ୍ଚଳରେ ଆଜି ଭାରତୀୟ ସେନାର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଅଞ୍ଚଳରେ ୩ ଆତଙ୍କ ବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ ଆତଙ୍କୀଙ୍କୁ ଶେଷ କରିବା ପାଇଁ ଉକ୍ତ ଅଞ୍ଚଳରେ ମୋବାଇଲ୍‌ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା।

ଜାମ୍ମୁ-କଶ୍ମୀର ଡିଜିପିଙ୍କ ରିପୋର୍ଟ ଅନୁସାରେ ବିଶ୍ୱସୈନିକ ଇନ୍‌ପୁଟରେ କୁଲଗାମ ପୁଲିସ ସେନା ସହିତ ଲଡକପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଲଞ୍ଚ୍‌ କରିଥିଲେ। ସେଠାରେ ବହୁସମୟ ଧରି ଆତଙ୍କୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ହେବା ପରେ ଜଣେ ଆତଙ୍କୀ ନିହତ ହୋଇଛି। ଏଥିସହ ସର୍ଚ୍ଚ ଅପରେସନ୍ ଜାରି ରହିଛି।