୧୮ ହଜାର ଫୁଟ ଉଚ୍ଚତାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଭାରତୀୟ ଯବାନ

ଲଦାଖ,ଏଜେନ୍ସି: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଇଟିବିପିର ଯବାନମାନେ ସମୁଦ୍ର ପତନରୁ ୧୮ ହଜାର ଫୁଟ ଉଚ୍ଚ ଲଦାଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଲଦାଖର ବରଫ ଆଚ୍ଛାଦିତ ଧଳା ଚଦର ଉପରେ ଆଇଟିବିପି ଯବାନଙ୍କ ଏକ ଟିମ୍ ଯୋଗ ଅଭ୍ୟାସ କରିଥିଲେ। ଗତ କିଛି ଦିନ ତଳେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଠାରେ ଆଇଟିବିପି ଯବାନମାନେ ବର୍ତ୍ତମାନ ସୀମାର ତଦାରଖ କରୁଛନ୍ତି।

ଯୋଗ ଦିବସ ଅବସରରେ ଆଜି ଆଇଟିବିପି ଯବାନମାନେ ବରଫର ଧଳା ସିଟ୍ ଉପରେ କଳା ଚଷମା ଲଗାଇ ଲଦାଖରେ ଯୋଗ କରିଥିଲେ। ଏହି ଦୃଶ୍ୟଟି ଅତ୍ୟନ୍ତ ମନୋରମ ଥିଲା। ସେହିପରି ସିକ୍କିମରେ ମଧ୍ୟ ଆଇଟିବିପି ଯବାନ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରିଛନ୍ତି।