ଭାରତରେ ପୁଣି ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଓ ୩୦୬ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଭାରତରେ ମଧ୍ୟ କରୋନାସ୍ଥିତି ସଂଘାତିକ ହେବାରେ ଲାଗିଛି। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଦେଶରେ ପ୍ରାୟ ୧୫ ହଜାର ୪୧୩ କରୋନା ପଜିଟିଭ ମାମଲା ଚିହ୍ନଟ ରେକର୍ଡ ସୃଷ୍ଟି କରିଛି। ଏଥିସହ ଆଜି କରୋନାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ହଜାର ୪୬୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୭ ହଜାର ୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୬୯ ହଜାର ୪୫୧ ସକ୍ରିୟ ଅଛନ୍ତି। ଏବେ ୧ ଲକ୍ଷ ୬୯ ହଜାର ୪୫୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୫ ହଜାର ୯୮୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି।