ବାଣ ବିସ୍ଫୋରଣ: ଚିକିତ୍ସାଧିନ ଅବସ୍ଥାରେ ବାଣୁଆ ମୃତ

କଟକ,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ସୂଚନା । ମୃତକ ଜଣକ ବାଣୁଆ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମ ଉଦୟ ଭୋଇ ।

ସୂଚନାଅନୁସାରେ, ବାଣ ବିସ୍ଫୋରଣରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ୨ ଦିନ ହେବ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି(ଶୁକ୍ରବାର) ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୦ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶଯୋଗ୍ୟ ଯେ, ବୁଧବାର ରାତିରେ କାର୍ତ୍ତିକେଶ୍ବର ଭସାଣି ବେଳେ ବାଣ ବିସ୍ଫୋରଣରେ ୩୫ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ସେଥିମଧ୍ୟରୁ ୩୪ ଜଣ ଗୁରୁତର ହେବାରୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଠାରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଶୁକ୍ରବାର ରାତିରେ ବାଣୁଆ ଉଦୟନାଥ ଭୋଇଙ୍କ ମୃତ୍ୟୁ ହୋଇଛି ।