Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୋଟିଏ ସେଟଅପ୍ ବକ୍ସରେ ମିଳିବ ଭିନ୍ନ କମ୍ପାନୀର ସେବା! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୋଟିଏ ସେଟଅପ୍ ବକ୍ସରେ ମିଳିବ ଭିନ୍ନ କମ୍ପାନୀର ସେବା!

ନୂଆଦିଲ୍ଲୀ: ସରକାର ଏଭଳି ବ୍ୟବସ୍ଥା ପ୍ରଚଳନ କରିବାକୁ ଯୋଜନା ଚଳାଇଛନ୍ତି, ଯାହା ଅନ୍ତର୍ଗତ ଗୋଟିଏ ସେଟଅପ୍ ବକ୍ସରେ ଟିଭି ଚାନେଲର ବ୍ରଡକାଷ୍ଟ କରୁଥିବା ଭିନ୍ନ ଭିନ୍ନ କମ୍ପାନୀଗୁଡ଼ିକର ସେବା ଉପଲବ୍ଧ କରାଯିବ। ଭାରତୀୟ ଦୂରସଞ୍ଚାର ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଡିଜିଟାଲ୍ ଟିଭି ବ୍ରଡକାଷ୍ଟିଂ ସେବାଗୁଡ଼ିକ ପାଇଁ ସେଟଅପ୍ ବକ୍ସ ଇଣ୍ଟରଅପରେବିଲିଟି ସମ୍ବନ୍ଧିତ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏଥିସହ ଏହି ପ୍ରସଙ୍ଗରେ ସମସ୍ତ ସମ୍ବନ୍ଧିତ ପକ୍ଷଙ୍କ ରାୟ ମଗାଯାଇଛି।

ଟ୍ରାଇର କହିବା ମୁତାବକ, ଗୋଟିଏ ସେଟଅପ୍ ବକ୍ସରେ ଭିନ୍ନ ଭିନ୍ନ କମ୍ପାନୀଗୁଡ଼ିକର ସେବା ଉପଲବ୍ଧ ହେବାର ସୁବିଧା ନଥିବାରୁ ପେ-ଟିଭି ବଜାରରେ ପ୍ରତିଯୋଗିତା କମିବା ସହିତ ଟେକ୍ନୋଲୋଜିକାଲ୍ ଇନୋଭେସନ୍, ସେବାର ଗୁଣବତ୍ତାରେ ସୁଧାର ଏବଂ ଏ କ୍ଷେତ୍ରର ବିକାଶରେ ବାଧକ ସୃଷ୍ଟି ହୋଇଛି। ଟ୍ରାଇର ୱେବସାଇଟରେ ଉକ୍ତ ପରାମର୍ଶପତ୍ରକୁ ପୋଷ୍ଟ କରାଯାଇଛି। ଏ ପ୍ରସଙ୍ଗରେ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସମ୍ବନ୍ଧିତ ପକ୍ଷଙ୍କ ଠାରୁ ରାୟ ମଗାଯାଇଛି।

ବର୍ତ୍ତମାନର ବ୍ୟବସ୍ଥା ମୁତାବକ, ଗ୍ରାହକମାନେ ଯଦି ଗୋଟିଏ ସେବା ପ୍ରଦାନକାରୀ କମ୍ପାନୀ ଠାରୁ ଟେଲିଭିଜନ୍ ପ୍ୟାକ୍ ନେଉଛନ୍ତି ତେବେ କମ୍ପାନୀ ତରଫରୁ ଗୋଟିଏ ସେଟଅପ୍ ବକ୍ସ ମିଳୁଛି ଏବଂ କମ୍ପାନୀ ବଦଳାଇବା ଦ୍ୱାରା ସେଟଅପ୍ ବକ୍ସକୁ ବି ବଦଳାଇବାକୁ ପଡ଼ୁଛି। ମାତ୍ର ଇଣ୍ଟରଅପରେବିଲିଟି ସୁବିଧାର ପ୍ରଚଳନ ହେବା ଦ୍ୱାରା ଗ୍ରାହକମାନଙ୍କୁ କେବଳ ଗୋଟିଏ ଥର ହିଁ ସେଟ୍ଅପ୍ ବକ୍ସ ନେବାକୁ ହେବ ଏବଂ ଉକ୍ତ ବକ୍ସରୁ ଭିନ୍ନ ଭିନ୍ନ କମ୍ପାନୀର ଟେଲିଭିଜନ୍ ଚାନେଲ୍ କନେକ୍ସନ୍ ନେଇ ହେବ ବୋଲି ଉଲ୍ଲେଖ କରାଯାଇଛି।