କୋରାପୁଟ,ଏନ୍ଏନ୍ଏସ୍: ରବିବାର କୋରାପୁଟ ଜିଲ୍ଲାରେ ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୭୮୦୬ରେ ପହଞ୍ଚିଛି। ଜିଲ୍ଲାରେ ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ୧ ଲକ୍ଷ ୭୨ ହଜାର ୫୭୬ ଜଣଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ୧ ଲକ୍ଷ ୭୨ ହଜାର ୪୨୮ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଥିବା ଜିଲ୍ଲା ପ୍ରଶାସନରୁ ସୂଚନା ମିଳିଛି। ସେଥିମଧ୍ୟରୁ ୭୮୦୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ୨୬ ଡିସେମ୍ବର ସୁଦ୍ଧା ୭୭୮୪ଜଣ ଆକ୍ରାନ୍ତ ଚିକିତ୍ସାପରେ ସୁସ୍ଥ ହୋଇଥିବାବେଳେ ମାତ୍ର ୨୨ଜଣ ରୋଗୀ ସକ୍ରିୟ ଥିବା ଜଣାପଡିଛି।