ଝାରସୁଗଡ଼ା,ଏନ୍ଏନ୍ଏସ୍: ମିର୍ଦ୍ଧାଡେରା-ଶନି ମନ୍ଦିର ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ସିଙ୍ଘିମାଲ ଲୁହୁରାପଡ଼ାର ରାଜକୁମାର ସାଇନଙ୍କ ପୁଅ ସନ୍ତୋଷ ସାଇନ(୪୫) ବୋଲି ବୋଲପାହାଡ଼ ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ସନ୍ତୋଷ ଆଜି ସକାଳ ପ୍ରାୟ ୧୦ଟା ୪୫ରେ ବାଇକ ଯୋଗେ ଗୁମାଡ଼େରାରୁ ଶନି ମନ୍ଦିର ପଟେ ଆସୁଥିଲେ। ସେହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସନ୍ତୋଷ ପ୍ରାଣ ହରାଇଥିଲେ । ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।