ପାଟଣାଗଡର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ବରିଷ୍ଠ ସାମ୍ବାଦିକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ଭାରପ୍ରାପ୍ତ ସଭାପତି ତଥା ପାଟଣାଗଡ ସାମ୍ବାଦିକ ସଂଘର ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ଆଜି ସକାଳ ୫ଟାରେ ବିୟୋଗ ଘଟିଛି। ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସ୍ୱର୍ଗତ ସାହୁ ପ୍ରଥମେ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥିୀଙ୍କ ଖବରକାଗଜ ଧତିତ୍ରୀରେ ବହୁ ବର୍ଷ କାମ କରିଥିଲେ।

ସେ ଏ ଅଞ୍ଚଳର ସାମ୍ବାଦିକ ଜଗତର ଧ୍ରୁବତାରା ପରେ ପ୍ରଗତିବାଦୀରେ ବହୁ ବର୍ଷ କାମ କରି କିଛି ମାସ ତଳେ ବିରାମ ନେଇଥିଲେ। ତାଙ୍କ ମୃତ୍ୟୁରେ ପାଟଣାଗଡ ସାମ୍ବାଦିକ ସଂଘ ତରଫରୁ ସଦାଶିବ ସରାଫ୍, ପ୍ରହଲ୍ଲାଦ ପାଢୀ, ବଂଶିଧର ସେଠ, ବିଶ୍ୱାସ ପଟ୍ଟନାଏକ, ସୁନୀଲ ଚୋପଦାର ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗର ଖବର ପାଇ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପାଟଣାଗଡ ଉପଜିଲ୍ଲାପାଲ ସୋମନାଥ ପ୍ରଧାନ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୁଜାରୀ, ଜିଲ୍ଲା ଓୟୁଜେ ସଭାପତି ଦୀପକ ସମାଜଦାର, ସମ୍ପାଦକ ପ୍ରଦୀପ୍ତ ମିଶ୍ର ଓ ରାଜ୍ୟ ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ସହ ୩ ପୁଅ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ।