ରାଜ୍ୟରେ ଦିନକରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ କରୋନା ସଂକ୍ରମଣ ଉପରେ ବ୍ରେକ ଲାଗିଥିବାବେଳେ ରାଜ୍ୟରେ ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏନେଇ ସୂଚନା ଦେଇଛି।

ଆଜିର ସଂକ୍ରମିତଙ୍କ ମଧ୍ୟରେ ୬୫୬୯ ଜଣ କ୍ୱାରେଣ୍ଟାଇନ ସେଣ୍ଟର ରହିଥିବାବେଳେ ୫୧୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୭୦୦, ବାଲେଶ୍ୱରରୁ ୪୭୨, ବରଗଡ଼ରୁ ୩୬୩, ଭଦ୍ରକରୁ ୪୧୪, ବଲାଙ୍ଗିରରୁ ୪୦୧, ବୌଦ୍ଧରୁ ୨୭୭, କଟକରୁ ୮୭୦, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୧୩୯, କେନ୍ଦୁଝରରୁ ୨୨୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୁରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୁଆପଡାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୫, ସୁନ୍ଦରଗଡରୁ ୬୪୧ ଓ ଷ୍ଟେଟ ପୁଲରୁ ୨୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୨ ହଜାର ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୭ ହଜାର ୪୦୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୫ ଲକ୍ଷ ୨ ହଜାର ୪୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।