ରାଜୋରୀରେ ପୁଣି ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୋରୀରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ସଂଘର୍ଷରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏଥିରେ ୨ଜଣ ଅଫିସର ଓ ୩ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।

ରାମସାଲର ବାଜୀମାଲ ଅଞ୍ଚଳରେ ରାତିର ବିରାମ ପରେ ଆଜି ସକାଳୁ ପୁଣି ଗୁଳି ମାଡ଼ ଆରମ୍ଭ ହୋଇଥିଲା । ରାତିରେ ଅତିରିକ୍ତ ସୁରକ୍ଷା ବଳର ସହଯୋଗରେ ଉକ୍ତ ଅଞ୍ଚଳ ଘେରାବନ୍ଦୀ କରାଯାଇଥିଲା ଯଦ୍ୱାରା ଆତଙ୍କବାଦୀ ଘନ ଜଙ୍ଗଲ ମଧ୍ୟକୁ ଯାଇପାରିବେନି ।