କଙ୍ଗନାଙ୍କ ବିରୋଧରେ ଆଉ ଏକ ଏତଲା

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ ପୁଣି ଏକ ଏତଲା ଦାଏର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବାପରେ କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ଅପଲୋଡ କରି ଭାରତକୁ ଏକ ଜିହାଦି ରାଷ୍ଟ୍ର ବୋଲି ଅଭିହିତ କରିଛନ୍ତି।

ଏହାକୁ ବିରୋଧ କରି ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାର୍ଲାମେଣ୍ଟ ଷ୍ଟ୍ରୀଟ୍ ଥାନାରେ ଏକ ଏତଲା ଦାଏର କରାଯାଇଛି। କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଏତଲାରେ ଦାବି କରାଯାଇଛି।