ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ଦେଶ- ବିଦେଶ By Nitidin On Feb 7, 2022 Share ଶ୍ରୀନଗର,ଏଜେନ୍ସି: ଜମ୍ମୁ କାଶ୍ମୀରର ଅବନ୍ତିପୁରାରେ ଆଜି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ଦେଇଛି ସ୍ଥାନୀୟ ପୁଲିସ। ଆଜି ଅପରାହ୍ଣରେ ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିିଥିଲା ସ୍ଥନାୟ ପୋଲିସ ଓ ସୁରକ୍ଷା ବଳର ମିଳିତ ଟିମ। ତେବେ ସୁରକ୍ଷା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସ୍ପଷ୍ଟ ହୋଇଛି। ମୃତ ଆତଙ୍କୀ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଜାରି ରହିଥବା କାଶ୍ମୀର ଜୋନ ପୁଲିସ ଟ୍ବିଟରେ ସୂଚନା ଦେଇଛନ୍ତି। Share