ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର, ଟଙ୍କା ଅଭାବରୁ ଦେଇ ପାରୁନଥିଲେ ଘର ଭଡ଼ା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସୂଚନା ଅନୁସାରେ ଗତକାଲି ରାଜଧାନୀରେ ମାନସିକ ଚାପରେ ରହି ବିନ୍ଦୁସାଗରକୁ ଡେଇଁ ପଡ଼ିଥିଲେ ଜଣେ ବିଟେକ ଛାତ୍ର।

ମୃତ ଯୁବକ ଜଣଙ୍କ ହେଉଛନ୍ତି ସାଇଶ୍ରୀ। ସାଇଶ୍ରୀଙ୍କ ବାପା ଓ ମାଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ ସେ ଓ ତାଙ୍କ ମା’ ଭୁବନେଶ୍ୱରର ସାମନ୍ତରାପୁରରେ ଘର ଭଡା ନେଇ ରହୁଥିଲେ। ଟଙ୍କା ଅଭାବରୁ ଘର ଭଡ଼ା ଦେବା ପାଇଁ ସମସ୍ୟା ସାମ୍ନା କରୁଥିଲେ। ଟଙ୍କା ଅଭାବରୁ ଘରଭଡା କି କଲେଜ ଫି ଦେଇପାରୁନଥିଲେ। ଫଳରେ ସେ ଆତ୍ମହତ୍ୟା ପନ୍ଥାଟି ବାଛି ବିନ୍ଦୁ ସାଗରକୁ ଡେଇଁ ପଡ଼ିଥିଲେ। ରାତିସାରା ସର୍ଚ୍ଚ ଅପରେସନ ପରେ ଆଜି ସକାଳୁ ମିଳିଛି ଯୁବକଙ୍କ ମୃତଦେହ।