ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବିଶୋୟୀଗୁଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଶୁକ୍ରବାର ଜଣକୁ ଗିରଫ କରିଛି। ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ ନାମକ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଘରକୁ ଗତ ୨ତାରିଖରେ ବୁଲିବାକୁ ଆସିଥିଲା। ତେବେ ଏହି ସମୟରେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ନାବାଳିକାର ପରିବାରବର୍ଗ ମୁଦୁଲିପଡ଼ା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ।

ଏହାକୁ ଭିତ୍ତି କରି ପୁଲିସର ଏକ ଦଳ ଗଠନ କରି ଗତକାଲି ରାତ୍ରିରେ ଅଭିଯୁକ୍ତକୁ ଜୟପୁରସ୍ଥିତ ତା’ର ବାସଭବନରୁ ଗିରଫ କରାଯାଇଛି। ଏହାପରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମୁଦୁଲିପଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷକ ମାଧବ ବେହେରା ପ୍ରକାଶ କରିଛନ୍ତି।