ଶ୍ରୀନଗରରେ ସିଆରପିଏଫ୍ ଜବାନଙ୍କ ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,ଏଜେନ୍ସି: ପୁରୁଣା ଶ୍ରୀନଗରର କୌଦାରା ଅଞ୍ଚଳରେ ମୁତୟନ ହୋଇଥିବା ସିଆର୍‌ପିଏଫ୍‌ ଦଳ ଉପରେ ଶନିବାର ଦିନ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ ମାଡ କରିଥିବା ସୂଚନା ମିଳିଛି।

ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା କୁହାଯାଉଥିବାବେଳେ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇ ତଲାସି ଅଭିଯାନ ଆରମ୍ଭ ହୋଇଛି। ସେହିପରି ଗ୍ରେନେଡ୍‌ ନିକ୍ଷେପକାରୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।