ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି ବାରମ୍ବାର ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀର ଯବାନମାନେ ଯେତେ ଯାହା ଉଦ୍ୟମ କଲେ ବି ଆତଙ୍କବାଦୀମାନେ ପଳାୟନ କରୁନାହାନ୍ତି।
ଦକ୍ଷିଣ କଶ୍ମୀର କୁଲଗାମରେ ସୁରକ୍ଷା ବାହିନୀର ଯବାନମାନେ ଲଶ୍କର ଏ ତଇବାର ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିବା ଜଣାପଡ଼ିଛି। କଶ୍ମୀର ଜୋନ୍ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।