ଟିପିଏସଓଡିଏଲ ପକ୍ଷରୁ ଭ୍ରାମ୍ୟମାଣ ସବ୍ ଷ୍ଟେସନ୍‌

ଭୁବନେଶ୍ୱର/ବ୍ରହ୍ମପୁର,ଏନ୍‌ଏନ୍‌ଏସ୍‌: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସଓଡିଏଲ୍‌) ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନର ଶୁଭାରମ୍ଭ କରାଯାଇଛି। ଏହି ଭ୍ରାମ୍ୟମାଣ ସବଷ୍ଟେସନରେ ରହିଛି ଏକ ବିତରଣ ଟ୍ରାନ୍ସଫର୍ମର, ହାଇ ଟେନସନ୍ ଓ ଲୋ ଟେନ୍‌ସନ୍ ସୁରକ୍ଷା ଉପକରଣ। ଏକ ଭ୍ରାମ୍ୟମାଣ ଟ୍ରଲିରେ ଖଞ୍ଜାଯାଇଛି ଅନ୍ୟାନ୍ୟ ଉପକରଣ।

ଏହି ଭ୍ରାମ୍ୟମାଣ କ୍ଷୁଦ୍ର ଆକୃତିର ସବଷ୍ଟେସନ ହେଉଛି ପ୍ଲଗ୍‌-ଇନ୍ ପ୍ରକାରର ସବଷ୍ଟେସନ ଓ ପରିବହନ ସମୟ ବ୍ୟତୀତ ସେବା ପାଇଁ ଏହାକୁ ଉପଯୋଗୀ କରିବା ଲାଗି ଦେଢ଼ ଘଣ୍ଟା ସମୟ ଦରକାର। ଟ୍ରାନ୍ସଫର୍ମର ଖରାପ ହୋଇଯିବା ଓ ହସ୍ପିଟାଲ ଭଳି ପ୍ରମୁଖ ସଂସ୍ଥା୍‌, ଜଳ ଯୋଗାଣ ଏବଂ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭଳି ମାମଲାରେ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଏହାକୁ ବ୍ୟବହାର କରାଯାଉଛି। ନୂତନ ପ୍ରଯୁକ୍ତି ପ୍ରୟୋଗ କରିବା ଏବଂ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲକ୍ଷ୍ୟର ଏହା ଏକ ଅଂଶ ବୋଲି କହିଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ।