କାଶ୍ମୀର ପୁଲିସକୁ ସଫଳତା; ଆଇଏସଜେକେର ଜଣେ ସଦସ୍ୟ ଗିରଫ

ଶ୍ରୀନଗର,ଏଜେନ୍ସି: କାଶ୍ମୀର ପୁଲିସକୁ ସଫଳତା। ଇସଲାମିକ ଷ୍ଚେଟ ଅଫ ଜାମ୍ମୁ କାଶ୍ମୀରର ଅନ୍ୟ ଜଣେ ସଦସ୍ୟକୁ ଗିରଫ କରିଛି କାଶ୍ମୀର ପୁଲିସ। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କାଶ୍ମୀର ପୁଲିସ ଆଇଏସଜେକେର ଜଣେ ସଦସ୍ୟକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲା ଆକିବ ବାସିର ପାରି। ସେ ହାଣ୍ଡୱାର ଜିଲ୍ଲାର ବୋଲି ଜଣାପଡିଛି।
ବାସିର ଆଇଏସଜେକେ କମାଣ୍ଡରଙ୍କ ନିର୍ଦ୍ଦେଶରେ ଅପରେଟିଭ ଭାବରେ କାମ କରୁଥିଲା ବୋଲି ପୁଲିସ ସୂଚନା ଦେଇଛି।

ଜାମ୍ମୁରେ ଜଣେ ଆତଙ୍କୀ ଗିରଫ ହେବା ପରେ କାଶ୍ମୀର ପୁଲିସ ଓ ସ୍ୱତନ୍ତ୍ର ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ପରେ ଝାଝରର କୋଟି ଅଞ୍ଚଳରୁ ଜଣେ ଆଇଏସଜେକେ ଆତଙ୍କୀକୁ ଗିରଫ କରିଛି ପୁଲିସ। ପୂର୍ବରୁ ଆଇଏସଜେକେର ଗିରଫ ହୋଇଥିବା ଜଣେ ଆତଙ୍କୀଠାରୁ ଏକ ପିସ୍ତଲ, ୮ଟି ଅଫୁଟା ଗୁଳି ଓ ୧ଲକ୍ଷ ୧୩ ହଜାର ନଗଦ ଟଙ୍କା ଜବତ କରିଥିଲା କାଶ୍ମୀର ପୁଲିସ।