ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲାରେ ରବିବାର ସକାଳେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଯୁଯୁମୁରା ଥାନା ଅଧୀନ ଧଧୋଲମୁଣ୍ଡା ଗ୍ରାମର ପଦ୍ମଲୋଚନ ବିଶ୍ୱାଳ (୩୬ )।

ସୂଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୭ଟାରେ ପଦ୍ମଲୋଚନ ଏକ ଟୁଲୁ ପମ୍ପ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଥିଲେ। ସେହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ସେ ଗୁରୁତର ହୋଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକେ ସମ୍ବଲପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।