ବିଦ୍ୟୁତ ତାର ମରାମତି ବେଳେ ଚାଲିଗଲା ଜୀବନ

ଦେବଗଡ,ଏନ୍ଏନ୍ଏସ୍ : ବିଦ୍ୟୁତ ତାର ମରାମତି ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି, ଦେବଗଡ଼ ଥାନା ଅନ୍ତର୍ଗତ ଡ଼ିମିରିପୋଷୀ ଗ୍ରାମରେ । ମୃତ ଯୁବକ ହେଲେ ହରେକୃଷ୍ଣ କୁଲୁ।

ମିଳଥିବା ସୂଚନା ଅନୁଯାୟୀ, ଡ଼ିମିରିପୋଷୀ ଗ୍ରାମରେ ହରେକୃଷ୍ଣ କୁଲୁ ନାମକ ଜଣେ ବ୍ୟକ୍ତି ଦିନ ପ୍ରାୟ ଗୋଟାଏ ସମୟରେ ନିଜ ଘରେ ଛିଣ୍ଡି ଯାଇଥିବା ବିଦ୍ୟୁତ ତାରକୁ ସଜାଡୁ ଥିବା ବେଳେ ଅସାବଧାନ ବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଫଳରେ ଭାଗ୍ୟର ବିଡ଼ମ୍ବନା ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଦେବଗଡ଼ ଥାନା ପୁଲିସ ସୂତ୍ରରୁ ସୂଚନା ମିଳିଛି ।