ଏବେ ବଢ଼ିବନି ବିଜୁଳି ବିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଏବେ ବଢ଼ିବନି ବିଜୁଳି ବିଲ୍ । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଚଳିତ ବର୍ଷ ଲାଗି ବିଜୁଳି ଶୁଳ୍କରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିଳ୍ପ ସଂସ୍ଥା, ବ୍ୟବସାୟିକ ସଂସ୍ଥା ଓ ସାଧାରଣ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଶୁଳ୍କ ପୂର୍ବବତ୍ ଅପରିବର୍ତିତ ରହିବ । ଗତବର୍ଷ ଭଳି ଘରୋଇ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ୍ ପିଛା ୨.୫୦ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୪.୩୦ଟଙ୍କା ଓ ୨୦୦ରୁ ୪୦୦ୟୁନିଟ୍ ପାଇଁ ୫.୩୦ଟଙ୍କା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ୫.୭୦ ଟଙ୍କା ହିସାବରେ ମାସିକ ବିଦ୍ୟୁତ ଦେୟ ଦେବାକୁ ପଡ଼ିବ ।

କରୋନା ସଂକ୍ରମଣ ଆଶଙ୍କାରେ ଏବେ ସାରା ଦେଶ ଲକଡ଼ାଉନ। ବିଭିନ୍ନ ଶିଳ୍ପସଂସ୍ଥାଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ ସବୁ ବନ୍ଦ । ଦେଶର ଆର୍ôଥକ ପରିସ୍ଥିତି ଖରାପ ଓ ବିଜୁଳି କ୍ଷେତ୍ରର ସବୁଠାରୁ ବଡ଼ ଉପଭୋକ୍ତା ବର୍ଗ କୁହାଯାଉଥିବା ଘରୋି ଉପଭୋକ୍ତାଙ୍କ ସ୍ଥିତି ମଧ୍ୟ ଭଲ ନୁହେଁ । ତେଣୁ ବିଜୁଳି ଉତ୍ପାଦନକାରୀ ସଂସ୍ଥାଙ୍କ ଚାପ ସତ୍ୱେ ଓଇଆରସି ଚଳିତ ବର୍ଷ ନିମନ୍ତେ ବିଜୁଳି ଦର ଅପରିବର୍ତିତ ରଖିଛନ୍ତି । ତେବେ ଭବିଷ୍ୟତରେ ପରିସ୍ଥିତି ସୁଧୁରିଲେ ଶୁଳ୍କ ବୃଦ୍ଧି ସମ୍ଭାବନାକୁ ଆୟୋଗ ଅସ୍ୱୀକାର କରିନାହାନ୍ତି।