ଡାଇରିଆରେ ଜଣେ ମହିଳା ମୃତ : ୧୦ ଆକ୍ରାନ୍ତ

ବାଙ୍ଗିରିପୋଷି,ଏନ୍ଏନ୍ଏସ୍ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ପଥୁରୀ ଫଚାୟତ ସରଗଛିଡା ସିଂ ସାହିରେ ଡାଇରିଆ ବ୍ୟାପିଛି। ଗ୍ରାମର ଦଶ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ମଧ୍ୟ ରାତିରେ ହଠାତ୍‌ ଗ୍ରାମର ମୁନୁସିଂ (୪୫), ତପସ୍ୱିନୀ ସିଂ (୨୨), ବୁଧିନି ସିଂ (୪୮), ବୁଧିଆ ସିଂ (୨୮), ବୁଧୁନି ସିଂ (୩୮) ଓ ବୁଧୁଆ ସିଂ ଘରେ ନିଜ ଶାଶୁ ପାଞମାସ ହେଲା ରହୁଥିବା ବହଡାଗୋଡା ଇଟାମୁଣ୍ଡିଆ ଗ୍ରାମର ଖୁକି ମୁଣ୍ଡା (୭୫)ଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଯାଇଥିଲା।

ଚିକିତ୍ସା ଅବସ୍ଥାରେ ଖୁକିର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଚିକିତ୍ସା କରିବା ସହିତ ପାଞ ଜଣଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ହେଉଥିବା ସୋମବାରୀ ସିଂ (୩୫), ସୁକୁରୁସିଂ (୩୮), ସୁଶାନ୍ତ ସିଂ (୧୩), ଉମାରାଣୀ ସିଂ (୫), ସନାତନ ସିଂ (୧୫) କହନ୍ତି ଗ୍ରାମରେ ଥିବା ଏକ ମାତ୍ର କୂଅରୁ ପାଣି ପିଇ ଏମିତି ହୋଇଛି।

ଦୀର୍ଘ ଦିନ ହେଲା କୂଅରେ ବ୍ଲିଚିଂ ପାଉଡର ପଡୁନାହିଁ। ଦଶ ବର୍ଷ ଆଗରୁ ଏମିତି ଆମ ଗାଁ ଲୋକ ଡାଇରିଆ ଆକ୍ରନ୍ତ ହୋଇଥିଲେ। ଭୋଗକୁ ଅଜଥାରେ ଦୋଷ ଦିିଆ ଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ କହନ୍ତି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କେଉଁ କାରଣ ପାଇଁ ଝାଡା ବାନ୍ତି ହେଲା ତଦନ୍ତ ଚାଲିିିଛି। କୂଅ ପାଣି ପରୀକ୍ଷା କରାଗଲେ ପ୍ରକୃତ ସତ୍ୟ ଜଣା ପଡିବ।