କୋଏଲ ନଦୀରେ ବୁଡ଼ି ଜଣେ ମୃତ, ୨ ନିଖୋଜ

ରାଉରକେଲା,ଏନ୍ଏନ୍ଏସ୍: ଆଜି କୋଏଲ ନଦୀରେ ୩ ଜଣ ଛାତ୍ର ବୁଡ଼ି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁସାରେ ରାଉରକେଲାର ଏକ ଘରୋଇ ଇଂରେଜୀ ମିଡ଼ିୟମ ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା କିଛି ପିଲା ଘରେ ମିଛ କହି ପିକ୍‌ନିକ୍‌ କରିବା ପାଇଁ କୋଏଲ ନଦୀ ନିକଟ ଝିରିପାଣିକୁ ଯାଇଥିଲେ। ସେଠାରୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଗୋଡ଼ ଖସିଯାଇଥିଲା। ସ୍ଥାନୀୟ ଲୋକମାନେ ଦେଖି ସେମାନଙ୍କ ଭିତରୁ ୨ ଜଣଙ୍କୁ ଉଦ୍ଧାର କରିପାରିଥିଲେ। ବାକି ୩ ଜଣ ନଦୀ ଭିତରକୁ ଭାସି ଯାଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଆଉ ୨ ଜଣ ନିଖୋଜ ଥିବାବେଳେ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛି।