ଗ୍ୟାସ୍ ଟାଙ୍କି ଫାଟି ଜଣେ ଯୁବତୀ ମୃତ, ୩ ଗୁରୁତର

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ବାଙ୍ଗାଲୁରୁରେ ଏକ ଘରେ ଗ୍ୟାସ୍ ଟାଙ୍କି ଫାଟି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବକ ଓ ଅନ୍ୟ ୨ ଜଣ ଯୁବତୀ ଆହତ ହୋଇଛନ୍ତି। ମୃତ ଏବଂ ଆହତ ଯୁବତୀମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ହୋଇଥିବାବେଳେ ଯୁବକ ଜଣକ କୋଟଗଡ଼ ବ୍ଲକ ଶ୍ରାମ୍ବୀ ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ୩ ଜଣ ଯୁବତୀ ଓ ଜଣେ ଯୁବକ ବାଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରୁଥିବାବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ। ଗତକାଲି ରାତିରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଯିବାରୁ ବରୁଣୀଙ୍କର ମୃତ୍ୟ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତେ ବାଙ୍ଗାଲୁରୁର ଭିକ୍ଟୋରିଆ ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।