ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଭିକମପାଲି ଚିଖଲାପାଲି ଛକରେ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅଉ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଭିକମପାଲି ଗ୍ରାମର ହରି ଗଣ୍ଡ (୨୫) ଓ ଆହତ ଜଣକ ଅର୍ଜୁନ ଗଣ୍ଡ ବୋଲି ରେଙ୍ଗାଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ହରି ଓ ଅର୍ଜୁନ ବାଇକରେ ଆସୁଥିବାବେଳେ ଚିଖିଲାପାଲି ଛକରେ ପିକଅପ୍ ଭ୍ୟାନଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସେଠାରେ ଡାକ୍ତର ହରିକୁ ମୃତ ଘୋଷଣା କରିଥିଲେ। ରେଙ୍ଗାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଗାଡି ଦୁଇଟିକୁ ଜବତ କରିଛି।