ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଲକ୍ଷ୍ମୀପୁରକୁ ୪ଦିନ ସଟଡାଉନ ଘୋଷଣା କଲେ ସରପଞ୍ଚ

କୋରାପୁଟ,ଏନ୍ଏନ୍ଏସ୍ : ଲକ୍ଷ୍ମୀପୁରରୁ ଆଜି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ଉତମେ ହୁଇକା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହାକୁ ୪ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଆଇଟିଆଇ ଟିଏମସିର ହୋଇଥିବାବେଳେ ୭ଜଣ ବୁର୍ଜା ହାଇସ୍କୁଲ୍ ଟିଏମସି ଓ ୧୧ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶର୍ରେ ଆସି ସଂକ୍ରମିତ ହୋଇଥିବାରୁ ଅଧିକ ସଂକ୍ରମଣ ହେବାର ଆଶଙ୍କା କରି ସରପଞ୍ଚ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୋମବାର ମଧ୍ୟାହ୍ନରେ ସମସ୍ତ ୱାର୍ଡ ମମ୍ବେର, ସମିତିି ସଭ୍ୟଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ କରି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁରକୁ ମଙ୍ଗଳବାର ସକାଳ ୬ରୁ ଶୁକ୍ରବାର ସଂନ୍ଧ୍ୟା ୬ଟା ଯାଏ ସଟଡାଉନ ରଖିବାକୁ ସରପଞ୍ଚ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ଔଷଧ ଦୋକାନ ଓ ପେଟ୍ରୋଲ୍ ପମ୍ପ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଯୋଗାଉଥିବା ଅଫିସ୍ ଖୋଲା ରହିବ ବୋଲି ସୂଚନା ମିଳିଛି।