ମହାରାଣୀ ଏଲିଜାବେଥଙ୍କ ବିୟୋଗରେ ଭାରତରେ ଦିନିକିଆ ଶୋକ

ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ ଦ୍ୱିତୀୟ ଗତକାଲି ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତରେ ସେପ୍ଟେମ୍ବର ୧୧ରେ ଦିନିକିଆ ରାଜକୀୟ ଶୋକ ପାଳନ କରାଯିବ । ଏଥିସହିତ ୧୧ରେ ପତାକା ଅଧା ନୂଆଁଇ ରଖାଯିବ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।