ଦେବଗଡ଼,ଏନ୍ଏନ୍ଏସ୍: ଆଜି ରାଜ୍ୟରୁ ୨୨୯ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରୁ ଦେବଗଡ଼ ଜିଲ୍ଲାର ଜଣେ ଥିବା ଜଣାପଡ଼ିଛି। ଏହି ସଂଖ୍ୟା ସହ ଦେବଗଡ଼ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୬୨ରେ ପହଞ୍ଚିଛି। ସେହିପରି ଜିଲ୍ଲାର ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ଏବେ ମଧ୍ୟ ୨୧ ଜଣ ଚିକିତ୍ସାଧୀନ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ଜଣକ ନୂଆଗାଁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଏବଂ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି।