ମାତୃ ହତ୍ୟାକାରୀ ପୁଅ ଗିରଫ

ଫୁଲବାଣୀ,ଏନ୍ଏନ୍ଏସ୍: ବିଶିପଡ଼ା ପଞ୍ଚାୟତ ମାଝୀପଦରରେ ମାତୃ ହତ୍ୟାକାରୀ ପୁଅ ଭାଗିରଥୀ ବେହେରାକୁ ସଦର ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ସାମାନ୍ୟ ବାଇକ୍ ମରାମତିକୁ ନେଇ ଭାଗିରଥୀଙ୍କ ସହ ତାଙ୍କ ଭଣଜା ଶାନ୍ତନୁଙ୍କ ସହ ବଚସା ହୋଇଥିଲା । ଏଥିରେ ଭାଗିରଥୀ ଉତ୍ତ୍ୟକ୍ତ ହୋଇ ଭଣଜା ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ମା ଉର୍ମିଳା ଓ ଭଉଣୀ ବୃନ୍ଦାବତୀ ଶାନ୍ତନୁଙ୍କୁ ରକ୍ଷା କରୁଥିବାବେଳେ ଭାଗିରଥୀ ତାଙ୍କ ମା’ଙ୍କୁ ଛୁରି ଭୁଷି ଫେରାର ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନାକୁ ପଠାଇଥିବାବେଳେ ଡାକ୍ତର ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଆଜି ଭାଗିରଥୀଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି।