କୋରାନାକୁ ହରାଇଲେ ଶତାୟୁ ବୃଦ୍ଧା

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳର ଜଣେ ୧୧୦ ବର୍ଷ ବୟସର ବୃଦ୍ଧା କରୋନାକୁ ହରାଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ପଜିଟିଭ ଚିହ୍ନଟ ହେବାପରେ ଜୁଲାଇ ୨୭ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନାମ ସିଦ୍ଧମା ବୋଲି ଜଣାପଡ଼ିଛି। ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବସାଭା ରାଜୁ କହିଛନ୍ତି ଯେ ଏହି ବୟସ୍କ ମହିଳା କରୋନାରୁ ମୁକ୍ତହେବା ଆମ ପାଇଁ ପ୍ରେରଣା।