କନ୍ଧମାଳ,ଏନ୍ଏନ୍ଏସ୍: ସ୍ଥାନୀୟ ବ୍ଲକ ଛକ ନିକଟସ୍ଥ ଏକ ଦୋକାନରୁ ଗତ ୩୦ ତାରିଖ ରାତିରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରିବା ସହ ନଗଦ ୪୦ ହଜାର ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ରାଜା ରାମ ସ୍ୱାଇଁ । ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତକୁ ପୁଲିସ ଖୋଜୁଛି । ଏନେଇ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୨୨୪/୨୩ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଦୋକାନରେ କାମ କରୁଥିବା ରାଜା ସ୍ୱାଇଁକୁ ଅଟକ ରଖି ପଚରାଉଚୁରା କରିବା ପରେ ସେ ଓ ତା’ର ଅନ୍ୟଜଣେ ସହଯୋଗୀ ମିଶି ସ୍କାଇଲାଇଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡ଼ିଥିଲା । ସୂଚନା ଆଧାରରେ ପୁଲିସର ଏକ ଟିମ ଗଣିଆରେ ପହଞ୍ଚି ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିଥିଲା । ତେବେ ଅଭିଯୁକ୍ତ ଜଣକ ଜଙ୍ଗଲ ଭିତରକୁ ପଳାଇ ଫେରାର ହୋଇଯାଇଥିବା ପୁଲିସ କହିଛି । ଫେରାର ଅଭିଯୁକ୍ତକୁ ଖୋଜା ଚାଲିଥିବା ଆଜି ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ପ୍ରକାଶ କରିଛନ୍ତ