ବାଡ଼ିରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ ବିଶିବାଲିପୋଷି ଗ୍ରାମରେ ବାଡ଼ିରେ ବେଆଇନ ଗଞ୍ଜେଇ ଚାଷ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଜଣକୁ ଗିରଫ କରିଛି । ଏହାସହ ୩୨ଟି ଗଞ୍ଜେଇ ଗଛ ଜବତ କରି ନଷ୍ଟ କରିଛି । ସେହିପରି ଅଭିଯୁକ୍ତ କୃଷ୍ଣ ସିଂକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବାବେଳେ ଘଟଣାସ୍ଥଳରୁ ଗଞ୍ଜେଇ ଗଛ ସବୁକୁ ଦେବଗଡ଼ ଥାନା ପୁଲିସ ନଷ୍ଟ କରିଛି ।