ପକ୍ଷୀ ଶିକାର ମାମଲାରେ ଜଣେ ଗିରଫ

ଚିଲିକା,ଏନ୍‌ଏନ୍‌ଏସ୍‌: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ମାମଲାରେ ବନ୍ୟପ୍ରାଣୀ ବିଭାଗ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କାଳୁପଡ଼ାଘାଟ ନିକଟସ୍ଥ ମାଟିଆପଡ଼ା ଗ୍ରାମର ନାରାୟଣ ଘଡ଼େଇ । ମିଳିଥିବା ରିପୋର୍ଟ ମୁତାବକ, ଚିଲିକା କୂଳ କାଳୁପଡ଼ାଘାଟ ଜେଟି ନିକଟରେ ଶିକାରୀ ଜଣକ ବିଦେଶୀ ପକ୍ଷୀଙ୍କୁ ଶିକାର କରିବାବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ତାଙ୍କୁ ଧରିଥିଲା । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଧରପଗଡ଼ ଯୋଗୁ ଆଉ କେତେକ ବିଦେଶୀ ପକ୍ଷୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ନୂଆବର୍ଷ ଉପଲକ୍ଷେ ସାଙ୍ଗମାନେ ଭୋଜିଭାତର ଆସର ଜମାଇଥିବାବେଳେ ଅଭିଯୁକ୍ତ ଜଣକ ପକ୍ଷୀ ଶିକାର କରିବା ପାଇଁ ଚିଲିକା ଯାଇଥିଲା ବୋଲି କହିଛି ।