ବେଆଇନ କଫ ସିରଫ ଜବତ, ଜଣେ ଗିରଫ

ବରଗଡ଼, ଏନ୍ଏନ୍ଏନ୍ : ବେଆଇନ କଫ ସିରଫ୍ କାରବାର ଅଭିଯୋଗରେ ଭେଡେନ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବଜ ଭେଡେନ ଥାନା ଭାଙ୍ଗକୁଦ ଗ୍ରାମର ଦେବେନ୍ଦ୍ର ଧର ବୋଲି ପୁଲିସ ସୂଚନା ଦେଇଛି । ଦେବେନ୍ଦ୍ରଙ୍କ ଠାରୁ ପୁଲିସ ୪୬୦ ଟି କଫ ସିରପ, ନିଶା ବଟିକା ସହ ଗୋଟିଏ ମାଉଜର ଏବଂ ୫ ଟି ଗୁଳି ଜବତ କରିଛି । ଏହାସହ ଅଭିଯୁକ୍ତ ବ୍ୟବହାର କରୁଥିବା ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଛି । ଦେବେନ୍ଦ୍ର ଏକ ସ୍କୁଟିରେ କଫ ସିରପ ଧରି ମହୁଲ ପାଲି ଆଡ଼କୁ ଆସୁଥିବାବେଳେ ଭେଡେନ ପୁଲିସ ଯାଞ୍ଚ କରି ତା’ଠାରୁ ବିପୁଳ ପରିମାଣର କଫ ସିରପ, ମାଉଜର, ନିଶା ବଟିକା ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।