କରୋନା ଭାଇରସର ଗୁଜବ ସୃଷ୍ଟି କରି ୧ ଗିରଫ

ନବରଙ୍ଗପୁର/ରାଇଘର,ଏନ୍ଏନ୍ଏସ୍ : ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରଚାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭାର୍ଶୁଣ୍ଢି ଗ୍ରାମର ମିଥୁନ ହାଲ୍ଦାର। ଗତ ୧୭ ତାରିଖ ମିଥୁନ ନିଜ ଗ୍ରାମରେ ଏକ ଛେଳି କଟାହେଉଥିବା ବେଳେ ଛେଳିର ଦେହରେ କିଛି ଚିହ୍ନକୁ ଦେଖାଇ ଏହାକୁ କରୋନା ହୋଇଛି ବୋଲି କହି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ। କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ଏଭଳି ଏକ ଭିଡିଓ ଭାଇରାଲ୍ ହେବା ଖବର ପାଇ ସ୍ଥାନୀୟ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିବା ସହ ଗିରଫ କରି କୋର୍ଟଚାଲାଣ କରିଛି।