ଫୁଲବାଣୀ,ଏନ୍ଏନ୍ଏସ୍: ବେଆଇନ ଭାବେ ମାନବ ଚାଲାଣ କରୁଥିବା ଅଭିଯୋଗରେ ସୋନପୁର ବ୍ଲକ୍ ତରଭା ଥାନା ଅଞ୍ଚଳର ଆଶୁତୋଷ ଗେଜେ ନାମକ ଜଣେ ବ୍ୟକ୍ତିକୁ ସୋମବାର ବାଲିଗୁଡ଼ା ଥାନା ପୁଲିସ ଗିରଫ କରିଛି। ବାଲିଗୁଡା ବସ ଷ୍ଟାଣ୍ଡ ରୁ ଗିରଫ କରିଥିବା ବେଳେ ୧୨ଜଣ ମହିଳା ଏବଂ ୭ଜଣ ଯୁବକଙ୍କୁ ଉଦ୍ଧାର କରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ପ୍ରଦାନ କରିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ମହିଳା ଏବଂ ଯୁବକମାନେ ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳର।

