ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପୁଣିଥରେ ଜଣେ କଶ୍ମୀରୀ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସୋପିୟାନର ଏକ ସେଓ ବଗିଚାରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗୁଳି ଚାଳନାରେ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଜମ୍ମୁ-କଶ୍ମୀର ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, କଶ୍ମୀରରେ ଗତ ବର୍ଷ ଅକ୍ଟୋବରରେ ୫ ଦିନରେ ୭ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ପୀଡ଼ିତଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀର ପଣ୍ଡିତ ଓ ପ୍ରବାସୀ ଶ୍ରମିକ ରହିଥିଲେ ।