ପାଟନା,ଏନ୍ଏନ୍ଏସ୍: ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାରର ଆଜି କ୍ୟାବିନେଟ ବିସ୍ତାର କରାଯାଇଛି । ଏହି ଅବସରରେ ୩୧ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥିରେ ଆରଜେଡି କୋଟାରୁ ୧୬, ଜେଡିୟୁରୁ ୧୧ ଓ କଂଗ୍ରେସରୁ ୨ଜଣ ରହିଛନ୍ତି । ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ତେଜସ୍ୱୀଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବଙ୍କୁ ପରିବେଶ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି ।