ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ଗଣେଶ ଚତୁର୍ଥୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ବଡ଼ ନେତା ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଗଣେଷ ଚତୁର୍ଥୀରେ କରୋନା ଶେଷ ହେବାକୁ ନେଇ କାମନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀଗଣେଶଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ବଜାୟ ରହୁ ବୋଲି କାମନା କରିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ସାର୍ବଜନୀନ ସ୍ଥଳୀ ଓ ପୂଜା ମଣ୍ଡପରେ ପୂଜା କରିବାକୁ ନେଇ କଟକଣା ଜାରି କରାଯାଇଛି।