ବିଶ୍ୱ ନୃତ୍ୟ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାରାଜ୍ୟ By Nitidin On May 2, 2022 Share ଫୁଲବାଣୀ,ଏନ୍ଏନ୍ଏସ୍: ବିଶ୍ୱ ନୃତ୍ୟ ଦିବସ ଅବସରରେ ସ୍ଥାନୀୟ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୌର ପରିଷଦ ଅଧ୍ୟକ୍ଷ ଶ୍ରୀମତି ସ୍ମିତାରାଣି ମହାନ୍ତି, ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଏଲ୍ଆଇସିର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ପାଢୀ, ଫୁଲବାଣୀ ନାରାୟଣୀ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତିଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଗୁରୁ ବିକ୍ରମ ସାମଲ, ଗୁରୁ ଡ଼. ଗଜେନ୍ଦ୍ର ପଣ୍ଡା ଓ ଅମିୟ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆମେରିକାର ଓଡ଼ିଶା ନୃତ୍ୟ ଗୁରୁ ବିଦୁଷି ଜ୍ୟୋତି ରାଉତ, ଭୁବନେଶ୍ୱରର କୋକାଲିଷ୍ଟ ବିଦୁଶି ସଙ୍ଗୀତା ପଣ୍ଡା ଓ ଯୁବ ସ୍ୱେଚ୍ଛାସେବୀ ଦିନବନ୍ଧୁ ମହାରଣା, ବିଜ୍ଞାପନ ପରିଦର୍ଶକ ଅଶୋକ କୁମାର ପାତ୍ର, ସମାଜସେବୀ ରବିନ୍ଦ୍ର କୁମାର ପଣ୍ଡା, କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ବରିଷ୍ଠ କଳାକାର ରଞ୍ଜିତ୍ କୁମାର ମୁଖୀ, ମାର୍ଦଳ ବାଦକ ଗୁରୁ ନିରଞ୍ଜନ ସାହୁ, ସାହିତ୍ୟିକ ନୃସିଂହ ଚରଣ ମହାପାତ୍ର ଓ ଶିଶୁ ସାହିତ୍ୟକ ସୋମନାଥ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବରିଷ୍ଠ ବ୍ୟବସାୟୀ ଦେବେନ୍ଦ୍ର କୁମାର ପାତ୍ର ଓ ଯୁବ ବ୍ୟବସାୟୀ ତଥା ସମାଜସେବୀ ଉମା ଶଙ୍କର ମହାପାତ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ୟୁ ବାଲାଜି ପାତ୍ର ଓ ଶାନ୍ତନୁ କୁମାର ପ୍ରଧାନଙ୍କୁ ମଧ୍ୟ ଏହି ଅବସରରେ ଅତଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସଭାକାର୍ଯ୍ୟ ପରେ ପରେ ଅନୁଷ୍ଠାନର ବରିଷ୍ଠ ଓ କନିଷ୍ଠ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶୀ ନୃତ୍ୟ ଆଦି ପରିବେଶଣ କରାଯାଇଥିଲା। ଜିଲ୍ଲା ଓ ରାଜ୍ୟ ବାହାରର ମଧ୍ୟ ବହୁ କଳାକାର ଏଥିରେ ସାମିଲ୍ ହୋଇ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ନଟରାଜ କଳାମନ୍ଦିରର ସମ୍ପାଦକ ବିନୋଦ ଚନ୍ଦ୍ର ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଭିଭାଭବକ, ବହୁ ଅତିଥି ଓ ଅଞ୍ଚଳବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ବେଳେ ପରିଚାଳନାରେ ଅନୁଷ୍ଠାନର ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ। Share