ଦଳରୁ ବିଦା ହେଲେ ଓଲି

ନେପାଳ,ଏଜେନ୍ସି: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିସ୍କୃତ ହେଲେ କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିସ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହିତ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଧ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏନେଇ ପ୍ରବକ୍ତା ନାରାୟଣ କାଜି ଶ୍ରେଷ୍ଠ ଘୋଷଣା କରିଛନ୍ତି।

ଗତ ବର୍ଷ ଡିସେମ୍ବର ୨୦ରେ ଓଲିଙ୍କ ପକ୍ଷରୁ ସଂସଦ ଭଙ୍ଗ ଏବଂ ଚଳିତ ବର୍ଷ ଏପ୍ରିଲ କିମ୍ବା ମେ’ ମାସରେ ନିର୍ବାଚନ କରାଯିବା ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ଏହି ଗୋଷ୍ଠୀର ନେତାମାନେ ଗତ ଶୁକ୍ରବାର ବିରୋଧ ଶୋଭାଯାତ୍ରା କରିଥିଲେ।