ନାଳାରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ପାଟଣାଗଡ଼,ଏନ୍‌ଏନ୍ଏସ୍: ଶନିବାର ପାଟଣାଗଡ଼ ବରମପୁରାର ସୁରୁବାବୁ ବଗର୍ତ୍ତି ୫୫ ବର୍ଷ ଜଣେ ବୟସ୍କ ବ୍ୟକ୍ତି ଗଙ୍ଗାସଗାର ନିକଟରେ ଥିବା ଠାକୁର ନାଳାକୁ କନ୍ଦା ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଶନିବାର ସକାଳ ଯାଇ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ପରେ ନାଳା ନିକଟରେ ତାଙ୍କ ସାଇକେଲ ପଡ଼ିଥିବା ଦେଖି ସେଠାରେ ଖୋଜାଖୋଜି କରିବାରୁ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଟଣାଗଡ଼ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ପରିବାର ଅତି ଗରିବ ଶ୍ରେଣୀରହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି ହୋଇଛି। ଶବ ବ୍ୟବଚ୍ଛେଦ ରିପୋଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡାକ୍ତର ଚନ୍ଦ୍ରଭାନୁ ମେହେର ସୂଚନା ଦେଇଛନ୍ତି।