ଭୁବନେଶ୍ବର,ଏନ୍ଏନ୍ଏସ୍: ସ୍ଵାଭିମାନ ପକ୍ଷରୁ ସ୍ଵପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା, ଦୃଷ୍ଟି ବାଧିତ ଏବଂ ସମ୍ମିଳିତ ଶିକ୍ଷା ଉପରେ ସଚେତନତା ପାଇଁ ଏସ୍ପ୍ଲାନେଡ୍, ରସୁଲଗଡ଼ ଠାରେ ଗତ ୧୯ ତାରିଖ ଦିନ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଵପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷ ମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା।
